ସୁଆଦିଆ ମଟନ ଅଣ୍ଡା କିମା

ଆବଶ୍ୟକ ସାମଗ୍ରୀ
ମଟନ – ୨୫୦ ଗ୍ରାମ
ସିଝା ଅଣ୍ଡା – ୪ଟି
ସିଝା ମଟର ଛୁଇଁ – ୪ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପିଆଜ ବଟା – ଅଧ କପ
ପେଷା ଟମାଟୋ – ଅଧ କପ
ଅଦା ରସୁଣ ବଟା – ୩ ଚାମଚ
ଗୋଟା ଶୁଖିଲା ଲଙ୍କା – ୨ଟି
ଜିରା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ମିଟ ମସଲା – ଅଧା ଚାମଚ
ଗରମ ମସଲା – ଅଧା ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
କଟା ଅଦା ରସୁଣ – ଅଳ୍ପ
ତେଜପତ୍ର – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଟା ଲଙ୍କା, ତେଜପତ୍ର, ଜିରା ପକାଇ ଭାଜନ୍ତୁ। ଭାଜିବା ପରେ ଅଦା ରସୁଣ ବଟା, ପିଆଜ ବଟା, ପେଷା ଟମାଟୋ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ମିଟ ମସଲା, ଗରମ ମସଲା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ମଟନ କିମା ଲୁଣ ପକାଇ ଭଲ ଭାବେ କଷି ଅଳ୍ପ ପାଣି ଦେଇ ୨୦ ମିନିଟ ଗ୍ୟାସରେ ବସାନ୍ତୁ। ୨୦ ମିନିଟ ପରେ ମଟର ଛୁଇଁ, ଦୁଇ ଫାଳ କରି ସିଝା ଅଣ୍ଡା ପକାଇ ୨ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି କଟା ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ମଟନ ଅଣ୍ଡା କିମା।

Comments are closed.