ମଟନ କୋରମା

0

ମଟନ – ୫୦୦ଗ୍ରାମ
କଟା ପିଆଜ – ୨ଟି
ଅଦା, ରସୁଣ, ଧନିଆ ବଟା – ଆବଶ୍ୟକ ପରିମାଣରେ
ଜିରା ଗୁଣ୍ଡ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଦହି – ୧କପ
ଧନିଆ ଗୁଣ୍ଡ – ଅଳ୍ପ
ଗୋଟା ଲବଙ୍ଗ, ଗୁଜୁରାତି, ଡ଼ାଲଚିନି, ବଡ଼ ଅଳେଇଚ, ଜାଇତ୍ରି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସକୁ ଧୋଇ ସେଥିରେ ଦହି, ଅଦା, ରସୁଣ , ଧନିଆ ବଟା, ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଲୁଣ ଭଲ ଭାବେ ଗୋଳାଇ ୩୦ ମିନିଟ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ଭାଜନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାଇ ସେଥିରେ ଗୋଟା ଲବଙ୍ଗ, ଗୁଜୁରାତି, ଡ଼ାଲଚିନି, ବଡ଼ ଅଳେଇଚ, ଜାଇତ୍ରି ପକାନ୍ତୁ। ଏହା ପରେ ଏଥିରେ ଗୋଳାଇ ରଖିଥିବା ମଟନ ଓ ଆବଶ୍ୟକ ପରିମାଣରେ ପାଣି ଦେଇ ୧୫ ମିନିଟ ଗ୍ୟାସରେ ଫୁଟାନ୍ତୁ। ଏହା ପରେ ଭଜା ହୋଇରହିଥିବା ପିଆଜ ଓ ଧନିଆ ପତ୍ର ପକାଇ ପୁଣି ୧୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ କୋରମା।

Leave A Reply