ସୋରିଷର ଏଭଳି କିଛି ବ୍ୟବହାର ବିଷୟରେ ଜାଣିଛନ୍ତି କି?

ସୋରିଷର ବ୍ୟବହାର ସାଧାରଣତଃ ସଭିଁଙ୍କ ଘରେ ହୋଇଥାଏ। ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କହିଲେ ମଧ୍ୟ ଭୁଲ ହେବ ନାହିଁ। ଏହାକୁ ବିଭିନ୍ନ ବ୍ୟଞ୍ଜନ,ଖାଦ୍ୟ ଛୁଙ୍କ ଦେବା, ଆଚାର ପ୍ରସ୍ତୁତି ଭଳି ବହୁ କାର୍ଯ୍ୟରେ ବ୍ୟବହାର କରାଯାଏ। ମାତ୍ର ଏହି ସୋରିଷର ବ୍ୟବହାର ଆମ ସ୍ୱାସ୍ଥ୍ୟର କି ଉପକାର କରିଥାଏ ଓ କେଉଁ ରୋଗରୁ ଆମକୁ ରକ୍ଷା କରିଥାଏ ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ….
ସୋରିଷର ସେବନ କରିବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ। ସୋରିଷକୁ ବତୁରାଇ ଏହି ପାଣିକୁ ପିଇବା ଦ୍ୱାରା ପେଟରେ ଥିବା କୃମି ରହିନଥାଆନ୍ତି।
ପାଦ ଗଣ୍ଠି ଆଦିରେ ଯନ୍ତ୍ରଣା ଅନୁଭବ ହେଲେ କିଛି ସୋରିଷକୁ ଏ କସୂତା କପଡ଼ାରେ ବାନ୍ଧି ସେକ ଦିଅନ୍ତୁ। ଏପରି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଥଣ୍ଡା ସମୟରେ ସୋରିଷ ଗୁଣ୍ଡରେ ମହୁ ମିଶାଇ ଏହାକୁ ଶୁଙ୍ଘିବା ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ।
ଏହାସହ ସୋରିଷରେ ଏଭଳି କେତେକ ତତ୍ତ୍ୱ ରହିଛି, ଯାହା ଦ୍ୱାରା ଏହାକୁ ସେବନ କଲେ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ। ସୋରିଷ ପାଣିରେ ମୁହଁ ଧୋଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ।
ସୋରିଷକୁ ରାତି ସାରା ବତୁରାଇ ଏହାର ପାଣିକୁ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ।

Comments are closed.