ଭାରତକୁ ଆସୁଥିବା ସବୁ ମୁସଲମାନ୍‍ ଶରଣାର୍ଥୀ ନୁହନ୍ତି: ତ୍ରିପୁରା ରାଜ୍ୟପାଳ

0

ଅଗରତାଲା: ଭାରତକୁ ଆସୁଥିବା ସବୁ ମୁସଲମାନଙ୍କୁ ଶରଣାର୍ଥୀ କୁହାଯାଇପାରିବ ନାହିଁ ବୋଲି ତ୍ରିପୁରାର ରାଜ୍ୟପାଳ ତଥାଗତ ରାଏ କହିଛନ୍ତି। ଆସାମ୍‍ ଏନଆରସି ବିବାଦ ପରିପ୍ରେକ୍ଷୀରେ ଶ୍ରୀ ରାଏ କହିଛନ୍ତି ଯେ ରାଜନୈତିକ ଅଶାନ୍ତି, ଅପ୍ରୀତିକର ପରିସ୍ଥିତି, ହିଂସା କିମ୍ବା ଉତ୍ତେଜନା ଯୋଗୁଁ ଜୀବନ ପ୍ରତି ଭୟ ଆଶଙ୍କାରେ ଯଦି କୌଣସି ଦେଶର ନାଗରିକ ଅନ୍ୟ ଦେଶକୁ ଚାଲି ଆସନ୍ତି ତେବେ ସେମାନଙ୍କୁ ଶରଣାର୍ଥୀ କୁହାଯିବ। କିନ୍ତୁ ନିଯୁକ୍ତି କିମ୍ବା ଅର୍ଥ ଉପାର୍ଜନର ସୁଯୋଗ ଦୃଷ୍ଟିରୁ ଯଦି କେହି ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲି ଯାଆନ୍ତି ତେବେ ସେମାନଙ୍କୁ ଅନୁପ୍ରବେଶକାରୀ କୁହାଯିବ। ଜାତିସଂଘ ଦ୍ୱାରା ଶରଣାର୍ଥୀ ସମ୍ପର୍କିତ ଉଲ୍ଲିଖିତ ସଂଜ୍ଞାରେ ଏ ସମ୍ପର୍କରେ ସ୍ପଷ୍ଟ ଉଲ୍ଳେଖ ରହିଛି। ତେଣୁ ଆସାମ୍‍ ଏନ୍‍ଆରସିକୁ ନେଇ ବିବାଦ ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସେହି ସଂଜ୍ଞାକୁ ଭଲ ଭାବରେ ପଢ଼ିବା ଉଚିତ ବୋଲି ଶ୍ରୀ ରାଏ କହିଛନ୍ତି।

Leave A Reply