ମୁସଲିମ୍‌ ସରପଞ୍ଚ ତିଆରି କଲେ ରାମ ମନ୍ଦିର- ନିର୍ମାଣ ପାଇଁ ଦାନ କରିଛନ୍ତି ୨୫ ଲକ୍ଷ ଟଙ୍କା

ହାଇଦ୍ରାବାଦ – ତେଲେଙ୍ଗାନାର ଖାମ୍ମାମ ଜିଲ୍ଲାରେ ଥିବା ବୁଦିଦମପାଡୁ ଗ୍ରାମର ସରପଞ୍ଚ ଶେଖ୍‌ ମୀରା ସାହାବ ସେଠାରେ ଶ୍ରୀ ରାମମନ୍ଦିର ନିର୍ମାଣ କରିବା ସହ ୨୫ ଲକ୍ଷ ଟଙ୍କା ଦାନ ଦେଇଛନ୍ତି । ଏହି ସମସ୍ତ ଅର୍ଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଛି । ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଧାର୍ମିକ ସଦ୍‌ଭାବନା ପାଇଁ ଶେଖ୍‌ ମୀରା ସାହାବଙ୍କ ଏହି କାମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ବୁଦିଦମପାଡୁ ଗ୍ରାମ ଖାମାମ୍‌ ଜିଲ୍ଲାର ରଘୁନାଥପାଳମ ମଣ୍ଡଳରେ ରହିଛି । ଏହି ଗ୍ରାମରେ ଅନେକ ବର୍ଷ ଧରି ରାମ ନିଳୟମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିଲା । ଏହି ମନ୍ଦିର ନିକଟରେ ଥିବା ତିନି ଜଣ ଆଦିବାସୀ ଭାଇଙ୍କୁ ଜମି ଦାନ କରିବା ପାଇଁ ରାଜି କରାଇଥିଲେ । ଏହାପରେ ନିଜେ ପ୍ରଥମେ ୨୫ ଲକ୍ଷ ଟଙ୍କା ମନ୍ଦିର ନିର୍ମାଣ ପାଇଁ ଦାନ କରିଥିଲେ ।

ଏହାପରେ ଅନ୍ୟମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ଦାନ କରିଥିଲେ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରାମ ମନ୍ଦିର ନିର୍ମାଣ କରାଯାଇଛି । ଶେଖ ମଧ୍ୟ ମନ୍ଦିରରେ ପୂଜାର୍ଚ୍ଚାନା କରିବା ପାଇଁ ଯାଉଛନ୍ତି । କେବଳ ମନ୍ଦିର ନୁହେଁ ସେ ଚର୍ଚ୍ଚ ଯିବା ସହ ଧାର୍ମିକ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ।

Comments are closed.