ରାମମନ୍ଦିର ଭୂମି ପୂଜନ ନିମନ୍ତେ ଉତ୍ସାହିତ ମୁସଲମାନ ଭକ୍ତ; ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ଆଗ୍ରହ

ଅଯୋଧ୍ୟା: ପ୍ରସ୍ତାବିତ ରାମ ମନ୍ଦିରର ’ଭୁମି ପୂଜନ’ ପାଇଁ ଅଯୋଧ୍ୟା ପ୍ରସ୍ତୁତ ହେଉଛି । କରୋନା ନିମନ୍ତେ ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଂକ୍ଷିପ୍ତ କରିବାକୁ ଯୋଜନା ହୋଇଛି ଓ ସର୍ବାଧିକ ୨୦୦ ଲୋକ ଯୋଗ ଦେବାକୁ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାଙ୍କ ବ୍ୟତୀତ ଶୀର୍ଷସ୍ତରୀ କିଛି ସନ୍ଥ, ବୌଦ୍ଧ, ଜୈନ, ଶିଖ ଧର୍ମଗୁରୁ, ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ପରି କିଛି ଶିଳ୍ପପତି ଏହି ଉତ୍ସବରେ ସାମିଲ ହେବାକୁ ସ୍ଥିର ହୋଇଛି । ତେବେ  ଶ୍ରୀରାମଙ୍କ ମୁସଲମାନ ଭକ୍ତମାନେ ମଧ୍ୟ ବେଶ୍ ଉତ୍ସାହିତ  ଭକ୍ତ ଗ୍ଧଷର ତିହାସିକ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମକୁ ନେଇ କିଛି ମୁସଲମାନ ଭକ୍ତ ମଧ୍ୟ ବେଶ୍ ଉତ୍ସାହୀ । ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନ ପାରିଲେ ମଧ୍ୟ ମନ୍ଦିର କାର୍ଯ୍ୟ ନିମନ୍ତେ ଶାରୀରିକ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଫୈଜାବାଦ ଜିଲାର ବାସିନ୍ଦା ଜାମସେଦ ଖାଁ ଶ୍ରୀରାମ ମନ୍ଦିର ଭୂମିପୂଜନ ନିମନ୍ତେ ବେଶ୍ ଉତ୍ସାହୀ । ସେ ହିନ୍ଦୁ ଭାଇମାନଙ୍କ ସହ ମିଶି ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେ ଇସଲାମ ଧର୍ମାବଲମ୍ବୀ । ଏହାର ପ୍ରାର୍ଥନା ବିଧି ଭିନ୍ନ । ମାତ୍ର ଆମେ ଏବେ ବି ବିଶ୍ବାସ କରୁ ଯେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଆମର ପୂର୍ବଜ ।

ଫୈଜାବାଦର ଅନ୍ୟଜଣେ ମୁସଲମାନ ଭକ୍ତ ୱାସିମ୍ ହାଇଦର ମଧ୍ୟ ଅନୁରୂପ ମତ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ ଆମେ ମୁସଲମାନ ଧର୍ମରେ ବିଶ୍ବାସ କରୁ, ଧର୍ମ ଅନୁସାରେ ରୀତିନୀତି ପାଳନ କରୁ । କୋରାନ ପଢ଼ୁ । ମାତ୍ର ଆମର ପୂର୍ବପୁରୁଷମାନଙ୍କ ପରି ଆମେ ମଧ୍ୟ ସର୍ବଧର୍ମ ସମନ୍ବୟରେ ବିଶ୍ବାସ କରୁ । ରାମମନ୍ଦିର ନିର୍ମାଣରେ ଆମେମାନେ ସାମିଲ ହେବାକୁ ଆଗ୍ରହ କରିଛୁ ବୋଲି ହାଇଦର କହିଛନ୍ତି ।

ହାଜି ସଇଦ ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କ ମତରେ ପ୍ରଭୁ ଶ୍ରୀରାମ ହେଉଛନ୍ତି ‘ଇମାମ-ଇ-ହିନ୍ଦ’ । ସବୁ ସଚ୍ଚା ଭାରତୀୟ ମୁସଲମାନେ ଏହା ହିଁ ମନେ କରନ୍ତି । ରସିଦ୍ ଆନସାରୀ ମଧ୍ୟ ଅନୁରୂପ ମତ ରଖିଛନ୍ତି । ସେ କହିଛନ୍ତି ଯେ ସୁରକ୍ଷା ଓ ଅନ୍ୟାନ୍ୟ କାରଣରୁ ସେ କେବେ ଅଯୋଧ୍ୟା ଯାଇ ନାହାନ୍ତି । ଭୂମିପୂଜନ ଉତ୍ସବରେ ଯୋଗଦେବାର ଅବସର ହୁଏତ ମିଳିବ ନାହିଁ । ତେବେ ଏହି ଉତ୍ସବ ମୁଁ ନିଶ୍ଚିତ ପାଳନ କରିବି ବୋଲି ରସିଦ୍ କହିଛନ୍ତି ।

ଅନ୍ୟପକ୍ଷରେ ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚର ଅୱଧ ପ୍ରଦେଶ ଭାରପ୍ରାପ୍ତ ଅଧିକାରୀ ଅନୀଲ ସିଂହ କହିଛନ୍ତି ଯେ ଏହି ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀରାମଙ୍କର କିଛି ମୁସଲମାନ ଭକ୍ତ ଅନ୍ୟ ରାଜ୍ୟରୁ ଆସୁଛନ୍ତି । ତାଙ୍କର ଜଣେ ଭକ୍ତ ଛତିଶଗଡ଼ରୁ ଇଟା ବହନ କରି ଅଯୋଧ୍ୟା ଆସୁଥିବା ସୂଚନା ଆମ ନିକଟରେ ରହିଛି । ଶ୍ରୀରାମ ସମସ୍ତଙ୍କର ଓ ସମସ୍ତେ ଶ୍ରୀରାମଙ୍କର ବୋଲି ଶ୍ରୀ ସିଂହ ମତ ଦେଇଛନ୍ତି ।

Comments are closed.