ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଜ୍ଞାନ କୌଶଳରେ ନବରଙ୍ଗପୁର ଜିଲ୍ଲାର ଆର୍ଥିକ ଓ ସାମାଜିକ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଉଦ୍ୟୋଗୀକୁ ପ୍ରାଥମିକତା ଦିଆଯାଉ ଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ପାପଡାହାଣ୍ଡି ବ୍ଳକର ତୁମୁର୍ଲା ଠାରେ ଉଚ୍ଚ ଶିକ୍ଷିତା ମହିଳା ଉଦ୍ୟୋଗୀ ଶତାବ୍ଦୀ ପାଲଙ୍କ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଆଇନରେ ସ୍ନାତକୋତ୍ତର ପାସ୍ ପରେ ପ୍ରଥମେ ୧.୩୦ ଏକରରେ ଲେମ୍ବୁ ଘାସ ଚାଷ କରିବା ପରେ ବର୍ତ୍ତମାନ ବିଭିନ୍ନ କିସମର ଛତୁ ଚାଷ ସହ ମଞ୍ଜି ଉତ୍ପାଦନ ମଧ୍ୟ କରୁଛନ୍ତି । ବର୍ତ୍ତମାନ ପାଳ ଛତୁ, ଡିଙ୍ଗିରି ଛତୁ ଉତ୍ପାଦନ କରୁଥିବା ବେଳେ ଆଗକୁ ଔଷଧୀୟ ଛତୁ ଉତ୍ପାଦନ କରିବା ପାଇଁ ଯୋଜନା ରହିଛି । ପ୍ରାୟ ୧୫ଲକ୍ଷ ଟଙ୍କା ନିଜସ୍ଵ ଖର୍ଚ୍ଚରେ ସେ ଏହି ଉଦ୍ୟୋଗ ଆରମ୍ଭ କରି ଥିବାରୁ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସଫଳ ଉଦ୍ୟୋଗୀ ହୋଇ ଅନ୍ୟ ମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ଆଜିର ଉଦଘାଟନ ସମୟରେ ଓରମାସ୍ ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ.ଉମା ମହେଶ ସହ ଅନେକ ସୁଗନ୍ଧି ଫସଲ ଚାଷୀ ଉପସ୍ଥିତ ଥିଲେ ।

Comments are closed.