ମଶରୁମ୍ କଟଲେଟ୍

ଆବଶ୍ୟକ ସାମଗ୍ରୀ :

ମଶରୁମ୍ – ୪୦୦ଗ୍ରାମ

ପିଆଜ (କଟା) – ୧କପ

ତେଲ – ୨ ଚାମଚ

ଜିରା – ୧ ଚାମଚ

ଅଦା (କଟା) – ୨ ଚାମଚ

ଆଳୁ (ସିଝା) – ୧କପ

ଧନିଆ ଗୁଣ୍ଡ – ୨ ଚାମଚ

ଆମଚୁର ଗୁଣ୍ଡ – ୨ ଚାମଚ

ଲୁଣ – ସ୍ବାଦ ଅନୁଯାୟୀ

ଲଙ୍କା ଗୁଣ୍ଡ – ୨ ଚାମଚ

ଅଣ୍ଡା – ୨ଟି

ମଇଦା – ଦେଢ କପ୍

ତେଲ (ଛାଣିବା ପାଇଁ) – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ମଶରୁମକୁ ଭଲ ଭାବେ ସଫା କରି ରଖନ୍ତୁ। ତାପରେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଜିରା ଓ କଟା ଅଦା ପକାନ୍ତୁ। ତାପରେ ତାକୁ ଅଳ୍ପ ଭାଜି ସେଥିରେ ମଶରୁମ ପକାଇ ଭଲ ଭାବେ ଭାଜନ୍ତୁ। ସେଥିରେ ଧନିଆ ଗୁଣ୍ଡ, ଆମଚୁର ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ତାପରେ ତାକୁ କାଢି ଏକ ପାତ୍ରରେ ରଖି ଦିଅନ୍ତୁ। ମଶରୁମ ଥଣ୍ଡା ହୋଇଗଲା ପରେ ସେଥିରେ ଆଳୁ ସିଝା ପକାଇ ଚକଟି ଦିଅନ୍ତୁ। ତାପରେ ତାଙ୍କୁ ଗୋଲ ଗୋଲ କରି କଟଲେଟ୍ ଆକୃତିର କରନ୍ତୁ। ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତାପରେ କଟଲେଟ ଉପରେ ଅଳ୍ପ ମଇଦା ଛିଞ୍ଚି ଦିଅନ୍ତୁ। ଏହାପରେ ଅଣ୍ଡାରେ ବୁଡାଇ ଦିଅନ୍ତୁ। ତାପରେ ପାଉଁରୁଟି ଗୁଣ୍ଡ ଅଳ୍ପ ଛିଞ୍ଚି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ କଟଲେଟକୁ ପକାଇ ଛାଣନ୍ତୁ। କଟଲେଟ ସୁନେଲୀ ରଙ୍ଗ ହୋଇଯିବା ପରେ ତାକୁ ଏକ ପାତ୍ରକୁ ବାହାର କରି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଶରୁମ୍‌ କଟଲେଟ୍‌।

Comments are closed.