କାଜୁ ଛତୁ ମସଲା

ଆବଶ୍ୟକ ସାମଗ୍ରୀ
ଛତୁ – ୨କପ
କାଜୁ ବଟା – ଅଧ କପ
ଜିରା – ୧ ଚାମଚ
ହେଙ୍ଗୁ – ସାମାନ୍ୟ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଟମାଟୋ ରସ – ୨କପ
କଟା ହୋଇଥିବା ପିଆଜ – ୨ଟି
ଅଦା ରସୁଣ ବଟା – ୨ ଚାମଚ
କଞ୍ଚାଲଙ୍କା – ୪ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ଏବେ ଏଥିରେ ହେଙ୍ଗୁ ଓ ଜିରା ପକାନ୍ତୁ। ଏହାପରେ ଭୁସଙ୍ଗପତ୍ର ଓ କଞ୍ଚାଲଙ୍କା ପକାନ୍ତୁ। କିଛି ସମୟ ପରେ ପିଆଜ ଅଦା ରସୁଣ ବଟା ପକାଇ କଷନ୍ତୁ। କିଛି ସମୟ ପରେ ଟମାଟୋ ରସ ପକାନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗରମ ମସଲା , ଲୁଣ ପକାନ୍ତୁ। ଏବେ ଏଥିରେ ରଖିଥିବା ଛତୁକୁ ପକାଇ ୫ ରୁ ୭ ମିନିଟ୍‍ ଯାଏଁ ବସାନ୍ତୁ। କିଛି ସମୟ ପରେ କାଜୁ ବଟା ଏଥିରେ ପକାଇ କଷନ୍ତୁ। କଷିବା ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଜୁ ଛତୁ ମସଲା।

Comments are closed.