ଅନେକ ରୋଗରୁ ରକ୍ଷା କରେ ଛତୁ

0

ଛତୁରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଛତୁରେ ସୋଡିୟମ, ପ୍ରୋଟିନ, କ୍ୟାଲସିୟମ, ମ୍ୟାଗ୍ନେସିୟମ ରହିଛି। ଏହା ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଛତୁ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲ ଓ ଶର୍କରାର ସ୍ତରକୁ କମାଇଥାଏ।

ଛତୁ ହୃଦ୍‌ରୋଗୀ ଓ ମେଦବହୁଳ ରୋଗୀମାନଙ୍କ ପାଇଁ ଲାଭଦାୟକ ଅଟେ। ଏହାସହ କେଶକୁ ସୁସ୍ଥ ଓ ସୁନ୍ଦର ରଖିଥାଏ। ସାଇଟେକ୍ ପ୍ରଜାତିର ଛତୁରେ ଅନେକ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ରେଶୀ ପ୍ରଜାତିର ଛତୁରେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ମାଇଟେକ ପ୍ରଜାତିର ଛତୁରେ ରକ୍ତଚାପ ଓ ଲିଭର ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଅଧିକ ପରିମାଣରେ ଲୌହସାର ଥିବାରୁ ଏହାର ସେବନ ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ।

ଛତୁ ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ଏଥିରେ ଲିନ ପ୍ରୋଟିନ ରହିଛି। ଲିନ ପ୍ରୋଟିନ ମେଦବହୁଳତା ଦୂର କରିବାରେ ସହାୟକ ହୋଇଥାଏ। ଛତୁରେ ଥିବା ଭିଟାମିନ ବି ଖାଦ୍ୟକୁ ଗ୍ଲୁକୋଜରେ ପରିଣତ କରିଥାଏ। ଛତୁ ଖାଇବା ଦ୍ବାରା କର୍କଟ, ଏଚଆଇଭି ସଂକ୍ରମଣ ହେବାର ଆଶଙ୍କା କମ ରହିଥାଏ।

Leave A Reply