କ୍ଷମତା ପାଇଁ ଆମେରିକାର ସମର୍ଥନ ହାସଲ ଯୋଗାଡ଼ରେ ମୁଶରଫ

0

ୱାଶିଂଟନ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ କ୍ଷମତାକୁ ଫେରିବା ଲାଗି ନୂଆ ଯୋଜ ନା ଆପଣାଇଛନ୍ତି। କ୍ଷମତା ପାଇଁ ସେ ଆମେରିକାର ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ଆମେରିକାର ଆଇନ ପ୍ରଣେତାଙ୍କୁ କିପରି ନିଜ ସପକ୍ଷରେ ନିଆଯାଇପାରିବ ସେଥିପାଇଁ ମୁଶରଫ ଯୋଜନା ଚଳାଇଛନ୍ତି। ମୁଶରଫଙ୍କ ଏହି ଯୋଜନା ସମ୍ପର୍କରେ ଏକ ଭିଡିଓ ପ୍ରସାରିତ ହୋଇଛି। ଯେଉଁଥିରେ ମୁଶରଫ କହୁଛନ୍ତି ‘ଆଇଏସଆଇ ଏକ ଗୁଇନ୍ଦା ଏଜେନ୍ସି​‌ ହୋଇଥିବାବେଳେ ଅଲକାଏଦା ମୁଖ୍ୟ ଓସମା ବିନ୍ ଲାଦେନର ଅବସ୍ଥିତି ସମ୍ପର୍କରେ ଜାଣି ନପାରିବା ଲଜ୍ଜାର ବିଷୟ।’ ମୁଶରଫ ଆହୁରି କହିଛନ୍ତି ୯/୧୧ ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣ ସମୟରେ ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ବିଫଳ ହୋଇଥିଲା। ତେଣୁ ଆଇଏସଆଇ ଲାଦେନର ସ୍ଥିତି ସମ୍ପର୍କରେ ଜାଣି ନ ପାରିବା ନେଇ କ୍ଷମା ପାଇବା ଯୋଗ୍ୟ। ମୁଶରଫଙ୍କ ଏହି ଭିଡିଓ ସମ୍ପର୍କରେ ପାକିସ୍ତାନର ସ୍ତମ୍ଭକାର ଗୁଲ ବୁଖାରି ପର୍ଦ୍ଦାଫାଶ କରିଛନ୍ତି। ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ମୁଶରଫ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ। ୨୦୧୬ ପରଠାରୁ ସେ ଦୁବାଇରେ ଆତ୍ମନିର୍ବାସନ କରୁଛନ୍ତି।

Leave A Reply