ସବୁ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନାମରେ ହେବ ସଂଗ୍ରହାଳୟ

0

ନୂଆଦିଲ୍ଲୀ : ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ସଂଗ୍ରହାଳୟ ତିଆରି ହେବ। ନେହେରୁ ସ୍ମାରକୀ ସଂଗ୍ରହାଳୟ ଓ ପାଠାଗାର (ଏନଏମ୍‍ଏମ୍‍ଏଲ) ଏହି ସବୁ ସଂଗ୍ରହାଳୟ ତିଆରି କରିବ। ପୂର୍ବତନ ପ୍ରଧାନମନ୍ତ୍ରୀ ନାମରେ ସଂଗ୍ରହାଳୟ ତିଆରିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହ ପ୍ରକାଶ କରିଥିବାବେଳେ ଏନଏମ୍‍ଏମ୍‍ଏଲ ଏହାକୁ ସମର୍ଥନ ଜଣାଇଛି। ତେବେ କଂଗ୍ରେସ ଏହି ସଂଗ୍ରହାଳୟ ତିଆରିକୁ ବିରୋଧ କରିଛି। ଟିନ୍‍ ମାରୁତି ଇଷ୍ଟେଟ୍‍ରେ ଏହି ସଂଗ୍ରହାଳୟ ତିଆରି ହେବ। ତେବେ ନୂଆ ସଂଗ୍ରହାଳୟ ତିଆରିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଗୁରୁତ୍ୱକୁ କୌଣସି ପ୍ରକାରେ ଉପେକ୍ଷା କରାଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply