ଜମିବାଡ଼ି ବିବାଦ: ପୁତୁରା ମାଡ଼ରେ ଦାଦା ମୃତ

ଜି.ଉଦୟଗିରି: ଏକ ଜମିବାଡ଼ି ବିବାଦକୁ ନେଇ ପୁତୁରା କାଠଫାଳିଆ ମାଡ଼ରେ ଦାଦାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ଏରିକୁଟା ଗ୍ରାମର ହରି ନାୟକ(୫୦)ଙ୍କୁ ତାଙ୍କ ପୁତୁରା ବିପ୍ର ନାୟକ(୪୦) ଏକ କାଠ ଫାଳିଆରେ ମୁଣ୍ଡ, ମୁହଁକୁ ମାରିଥିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏଥି ପୁର୍ବରୁ ଜମିବାଡ଼ି ନେଇ ଝଗଡ଼ା ହୋଇଥିବା ଜଣାପଡିଛି। ପୁତୁରା ଏହିଭଳି ନୃସଂସ କାଣ୍ଡ ଘଟାଇଥିବା ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣାଟି ବୁଧବାର ୩ଟା ସମୟରେ ଗାଁରେ ଘଟିଥିଲା। ଗୁରୁବାର ରାଇକିଆ ପୋଲିସଙ୍କୁ ଖବର ଜଣାଯାଇଛି।

ଏରିକୁଟା ଗ୍ରାମବାସୀ ଏବଂ ଘର ଲୋକ ହରିଙ୍କ ମୃତଦେହକୁ ରାଇକିଆ ମେଡିକାଲ୍ ଆଣିଥିଲେ। ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ ରାଇକିଆ ଥାନାରେ ୬୬/୨୧ରେ ଏକ କେସ୍ କରାଯାଇଛି। ଏହି ଖବର ପାଇ ଜି ଉଦୟଗିରି ଏସଡିପିଓ ଡି. ତିରୁପତି ରାଓ ପଟ୍ଟନାୟକ ରାଇକିଆ ଥାନାରେ ପହଞ୍ଚିଥିବା ବେଳେ ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନି କୁକୁର ଘଟଣା ସ୍ଥଳ ରଣବା ପଞ୍ଚାୟତକୁ ଗସ୍ତରେ ଯାଇ ଅଧିକା ଅନୁସନ୍ଧାନ କରିଥିବା ରାଇକିଆ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.