ପୁଅକୁ ହତ୍ୟାକରି ବାପର ଆତ୍ମହତ୍ୟା

0

ବରଗଡ଼: ବରଗଡ଼ ଜିଲା ଅତାବିରା ଥାନା ଅର୍ନ୍ତଗତ ପାହାଡ଼ଶ୍ରୀଗୀଡ଼ା ଗ୍ରାମର ରାଏ ପଡ଼ା ଠାରେ ପି.କେ ବରିଆ ନାମକ ଜନୈକ ୭୦ ବର୍ଷିୟ ବୃଦ୍ଧ ତାଙ୍କ ୫୦ ବର୍ଷିୟ ପୁତ୍ର ଟି.କେ ଶୁବାରାଓଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ପରେ ସେ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାଟି ରବିବାର ଦିନ ଘଟିଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ବିଭିନ୍ନ କାରଣରୁ ପିତା ପୁତ୍ରଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା । ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply