ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

0

ଢେଙ୍କାନାଳ: ଢେଙ୍କାନାଳ ଜିଲା ବାଲିସି ଥାନା ଅନ୍ତର୍ଗତ ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ବ୍ୟକ୍ତି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ସ୍ତ୍ରୀର ନାମ ସିଲି ବାଡିଆ (୪୫)।
ସୂଚନା ଅନୁଯାୟୀ, ସୁଧାକର ବାଡିଆ ଗୁରୁବାର ଦିନ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ସିଲିଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ତ୍ରୀକୁ ହାଣିବା ପରେ ନିଜ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳହକୁ ନେଇ ସୁଧାକର ଏପରି କରିଥିବାର ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply