ପୁଣି ପୁଅ ହାତରେ ଜୀବନ ହାରିଲେ ଜନ୍ମଦାତା

0

ବହ୍ମପୁର: ଆଜି ପୁଣି ପୁଅ ହାତରେ ଜଣେ ପିତାର ଜୀବନ ଯାଇଛି । ଏହି ଉଦବେଗ ଜନକ ଘଟଣା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଗାଁରେ ଘଟିଛି । ଆଜି ସକାଳେ ଏକ ଲୁହା ରଡରେ ବାପାକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ପୁଅ ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ହତ୍ୟାକାରୀ ପୁଅ ଏ ଦିବାକରକୁ ଗିରଫ କରିଛି । ମୃତକଙ୍କ ନାମ ହେଲା ଏ କ୍ରିଷ୍ଣା ରାଓ।

ସୂଚନାଯୋଗ୍ୟ, ଗତକିଛି ଦିନ ମଧ୍ୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୁଅ ହାତରେ ବାପା ମା’ଙ୍କ ଜୀବନ ଯାଉଛି ।

Leave A Reply