ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ତାଡ଼ି ନେଲା ଆଖି

ଭୋପାଳ : ଜଣେ ପୁରୁଷ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯେତେବେଳେ ତାଙ୍କ ପତ୍ନୀ ଏହା ଜାଣିବାକୁ ପାଇଲେ ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଦିନେ ଏହି ଝଗଡା ଏତେ ବଢିଗଲା ଯେ ସ୍ୱାମୀ କ୍ରୋଧିତ ହୋଇ ନିଜ ପତ୍ନୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିବା ପରେ ଆଖି ତାଡ଼ି ନେଇଥିବା ଜଣାପଡିଛି।
ଏଭଳି ଭୟଙ୍କର ଘଟଣା ଘଟିଛି ମଧ୍ୟପ୍ରଦେଶର ଶିବପୁରୀରେ। ଶିବପୁରୀର ପିଥୋର ପୁଲିସ ଥାନା ଅଞ୍ଚଳର ଗାରେଥ ଗ୍ରାମରେ ରହୁଥିବା ରମେଶ୍ୱର ଲୋଡି ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପତ୍ନୀଙ୍କୁ ହତ୍ୟା କରିବା ପରେ ରମେଶ୍ୱର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମାମଲାର ତଦନ୍ତ ଆରମ୍ଭ କରିଛି।

Comments are closed.