ସାମାନ୍ୟ ଝଗଡାରୁ ତଣ୍ଟିଚିପି ହତ୍ୟା ଅଭିଯୋଗ

0

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ମୁର୍ଦ୍ଧନୀପୁର ଗ୍ରାମରେ ଥଟ୍ଟାମଜାରୁ ଝଗଡା ଏବଂ ପରେ ତଣ୍ଟିଚିପି ହତ୍ୟା କରାଯାଇଥିିବା ଅଭିଯୋଗ ହୋଇଛି। ଏଥିରେ ଉକ୍ତ ଗ୍ରାମର ସୁରେନ୍ଦ୍ର ବେହେରା ଓରଫ ଗାଣ୍ଡୁ (୫୨)ଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଫେରାର୍‍ ଥିବା ବେଳେ ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ସୂଚନା ଅନୁଯାୟୀ, ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ମୁର୍ଦ୍ଧନୀପୁର ଗ୍ରାମର ସୁରେନ୍ଦ୍ରଙ୍କ ସହ ସୋମବାର ଦ୍ୱିପ୍ରହର ସମୟରେ ଜନୈକ ପ୍ରଫୁଲ୍ଲ ଦଳାଇ ଓରଫ ବାବାଜୀ(୫୦) ଥଟ୍ଟାମଜା କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସୁରେନ୍ଦ୍ରଙ୍କୁ ପ୍ରଫୁଲ୍ଲ ନିସ୍ତୁକ ମାଡ ମାରିବା ସହ ତଣ୍ଟି ଚିପି ତଳେ ପକାଇ ଦେଇଥିଲା। ପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ବେହୋସ ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଚିିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ଗ୍ରାମକୁ ଅଣାଯାଇଥିବା ବେଳେ ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏଏସ୍‍ଆଇ ବିନୟ କୁମାର ଦାସ ପ୍ରମୁଖ ମୁର୍ଦ୍ଧନୀପୁର ଗ୍ରାମରେ ପହଞ୍ଚି ମୃତ ଦେହକୁ ଜବତ କରି ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲେ। ଏନେଇ ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଫେରାର ଅଭିଯୁକ୍ତ ପ୍ରଫୁଲ୍ଲକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଅଭିଯୁକ୍ତ ପ୍ରଫୁଲ୍ଲର ଘର ନିକଟବର୍ତ୍ତି ଖେଲଉର ପଞ୍ଚାୟତ ଅନ୍ତର୍ଗତ ବରହମପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି।

Leave A Reply