ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗରିି ଜିଲା ସୀମାନ୍ତ ଛତିଶଗଡ଼ରେ ମଙ୍ଗଳବାର ମାଓ ବର୍ବରତା ଦେଖିବାକୁ ମିଳିଛି। ବିଜାପୁର ଜିଲା ବାସାଗୁଡା ଥାନା ନ୍ତୁତଖେଲ ଗ୍ରାମର ଜଣେ ଗ୍ରାମବାସୀଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଜାପୁର ଏସ୍‍ପି କମଳଲୋଚନ କଶ୍ୟପଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ ପ୍ରାୟ ୧୫ ମାଓବାଦୀ ଉକ୍ତ ନ୍ତୁତଖେଲ ଗ୍ରାମର ଦାସର ରାମନ୍ନା ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ନେଇଥିଲେ। ପରେ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇ ତାଙ୍କୁ ଲୁହାରଡ୍‍ ଓ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ମାଓବାଦୀଙ୍କ ଭୟରେ ପରିବାର ଲୋକ ଥାନାରେ ଏତଲା ଦେଇ ନ ଥିବା ଜଣାପଡିଛି। ପୁଲିସ ଖବରଦାତା ସନ୍ଦେହରେ ରାମନ୍ନାକୁ ପ୍ରଜାକୋର୍ଟରେ ମାଓବାଦୀ ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡିଛି।

Comments are closed.