ପୂର୍ବତନ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା

ବଲାଙ୍ଗିର/କଣ୍ଟାବାଞ୍ଜି :ଶୁକ୍ରବାର ସନ୍ଧ୍ୟାରେ ମହୁଲପାଟି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଦିଲିପ ସାହୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ତୁରେକେଲା ଥାନା ଅନ୍ତର୍ଗତ ମହୁଲପାଟି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଦିଲିପ ସାହୁ ତୁରେକେଲାରୁ ମହୁଲପାଟି ଆସୁଥିବା ବେଳେ  କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ତୁରେକେଲା ଥାନା ଆଇଆଇସି ଏସ.କନ୍ଦନକେଲ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। କଣ୍ଟାବାଞ୍ଜି ଏସଡ଼ିପିଓ ସରୋଜ କୁମାର ମହାପାତ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଘଟଣାସ୍ଥଳରୁ ଏକ ରକ୍ତ ଲଗା ଠେଙ୍ଗା ଜବତ କରିଥିବା ବେଳେ ତଦନ୍ତ ଚାଲୁ ରହିଥିବାରୁ ଘଟଣା ସମ୍ପର୍କରେ କିଛି କହି ହେବ ନାହିଁ ବୋଲି ତୁରେକେଲା ଥାନା ଆଇଆଇସି ପ୍ରକାଶ କରିଛନ୍ତି।

Comments are closed.