ବଣାଇ : ଗୋଟିଏ ପରିବାର ୪ ଜଣଙ୍କୁ ହତ୍ୟା

ବଣାଇ :  ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ପତରାପାଲି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ୪ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ସ୍ବାମୀ, ସ୍ତ୍ରୀଙ୍କ ସମେତ ୨ ଶିଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତ ଶିଶୁଙ୍କ ମଧ୍ୟରୁ ଜଣେ ୭ ବର୍ଷର ଝିଅ ଓ ଜଣେ ୫ ବର୍ଷର ପୁଅ ଥିବା ଜଣାପଡିଛି। ଖବର ପାଇ ବଣାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଯାବତ ମୃତକଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ମୃତ ବ୍ୟକ୍ତିଙ୍କ ସାନ ଭାଇଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି।

Comments are closed.