ସ୍ତ୍ରୀକୁ କୁରାଢିରେ ହାଣି ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଅନ୍ତର୍ଗତ ମୋରଡା ଥାନା ମାଳିହତା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ କୁରାଢିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.