ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ

କଟକ : କଟକ ଜିଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ସିଦେ୍ଧଶ୍ୱର ସାହିରେ ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଯାଇଛି। ଜମିବାଡି ବିବାଦକୁ କେନ୍ଦ୍ରକରି ଭାଇଭଉଣୀଙ୍କ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଭାଇଭଉଣୀଙ୍କୁ ଉଦ୍ଧାର କରାଯାଇ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ଘଟିଛି। ଉକ୍ତ ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ସହ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ପୁଲିସ ମୁତୟନ ରହିଛନ୍ତି ବୋଲି ସୂଚନା ମିଳିଛି।

Comments are closed.