ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ, ଅଭିଯୁକ୍ତ ଗିରଫ

ମୋହନା: ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିଶ୍ୱନାଥ ନାୟକ । ପାରିବାରିକ କଳହରୁଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଖସଡା ଜଳପ୍ରପାତ ନିକଟ କମଳାପୁର ଗାଁରେ ଗତକାଲି ରାତିରେ ସାମାନ୍ୟ ବଚଷାରୁ ଦାଦା ଭୂଷଣ ନାୟକ ଓ ପୁତୁର ବିଶ୍ୱନାଥ ନାୟକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେଥିରେ ପୁତୁରା ବିଶ୍ୱନାଥ(ବିଷୁ ) ପ୍ରଥମେ ଦାଦା ଭୂଷଣ ନାୟକଙ୍କୁ ଠେଙ୍ଗାରେ ଆକ୍ରମଣ କରିବାରୁ ଉତକ୍ଷିପ୍ତ ହୋଇ ଦାଦା ଏକ ଟାଙ୍ଗିଆରେ ପୁତୁରାର ବେକକୁ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ରାତିରେ ପରିବାର ଲୋକେ ବିଶ୍ୱନାଥକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ପୁତୁରା ବିଶ୍ୱନାଥର ମୃତ୍ୟୁ ଘଟିଛି। ଏ ନେଇ ୱାର୍ଡ ମେମ୍ବରଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକ କହିଛନ୍ତି।

Comments are closed.