ଜମିବାଡ଼ି ବିବାଦରୁ ବଡ ମା’କୁ ହତ୍ୟା କଲା ପୁତୁରା

କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦରୁ ନିଜ ବଡ ମା’କୁ ହାଣି ହତ୍ୟା କରିଛି ପୁତୁରା। ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ସିମିଳିଆ ଗ୍ରାମରେ। ହତ୍ୟାକାଣ୍ଡର ଶିକାର ମହିଳାଙ୍କ ନାମ କୁସୁମ ସ୍ୱାଇଁ (୭୦)। ଏହି ଆକ୍ରମଣରେ କୁସୁମଙ୍କ ପୁଅ ଓ ବୋହୁ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଦେବେନ୍ଦ୍ର ପ୍ରସାଦ ସ୍ୱାଇଁ ଓ ତାଙ୍କ ପତ୍ନୀ ମୀରା ସ୍ୱାଇଁ।

ଆହତ ଦ୍ୱୟଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଥାନାଧିକାରୀ ରାକେଶ ତ୍ରିପାଠୀ ପହଞ୍ଚି ତଦନ୍ତ କରିଛନ୍ତି। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଥାନାଧିକାରୀ କହିଛନ୍ତି।

Comments are closed.