ଫ୍ୟାସନ୍‍ ଡିଜାଇନରଙ୍କୁ ନିର୍ମମ ହତ୍ୟା

0

ନୂଆଦିଲ୍ଳୀ: ସ୍ଥାନୀୟ ବସନ୍ତ କୁଞ୍ଜ ଏନ୍‍କ୍ଲେଭ୍‍ରେ ରହୁଥିବା ଜଣେ ମହିଳା ଫ୍ୟାସନ୍‍ ଡିଜାଇନର ମାଲା ଲାଖାନୀ ଓ ତାଙ୍କ ଚାକରକୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ଘର ଭିତର ଚଟାଣରୁ ଦୁଇ ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଚୋରି ପାଇଁ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ସେଠାରେ ମୁତୟନ ତିନି ସୁରକ୍ଷା କର୍ମୀଙ୍କୁ ଗିରଫ କରି ପଚରାଉଚୁରା କରୁଛି।

Leave A Reply