ଫେସ୍‍ବୁକ୍‍, ହ୍ୱାଟସ୍‍ଆପ୍‍ ଯୋଗୁଁ ପତ୍ନୀଙ୍କୁ ହତ୍ୟା

0

ଗୁରୁଗ୍ରାମ: ସବୁବେଳେ ଫେସ୍‍ବୁକ୍‍ ଓ ହ୍ୱାଟସ୍‍ଆପ୍‍ରେ ମଜି ରହି ପିଲାଙ୍କ ଯତ୍ନ ନେବାରେ ଅବହେଳା କରୁଥିବା ଲକ୍ଷ୍ମୀ ନାମ୍ନୀ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀ ହରିଓମ୍‍ ହତ୍ୟା କରିଛନ୍ତି। ପୁଲିସ ଆଗରେ ଅପରାଧକୁ ହରିଓମ୍‍ ସ୍ୱୀକାର କରିଛନ୍ତି। ହରିଓମ୍‍ଙ୍କ କହିବା ଅନୁଯାୟୀ ୨୦୦୬ରେ ସେ ବିବାହ କରିଥିଲେ। ତାଙ୍କର ଦୁଇ ସନ୍ତାନ ଅଛନ୍ତି। ଗତ ଦୁଇ ବର୍ଷ ତଳେ ଲକ୍ଷ୍ମୀଙ୍କୁ ସ୍ମାର୍ଟଫୋନ୍‍ ଦେବା ପୂର୍ବରୁ ପରିବାର ସୁଖ ଶାନ୍ତିରେ ଚାଲିଥିଲା। ମାତ୍ର ସ୍ମାର୍ଟଫୋନ୍‍ ହିଁ ତାଙ୍କର ପରିବାର ଗତିବିଧି ବଦଳାଇ ଦେଇଥିଲା। ହ୍ୱାଟସ୍‍ଆପ୍‍ ଚାଟିଂ ଓ ଫେସ୍‍ବୁକ୍‍ରେ ବ୍ୟସ୍ତ ରହି ଲକ୍ଷ୍ମୀ ଘରର ସବୁ କାମ ଛାଡ଼ିଦେଲେ। ଏପରିକି ରୋଷେଇ ମଧ୍ୟ କଲେ ନାହିଁ। ଶେଷରେ ବାଧ୍ୟ ହୋଇ ହରିଓମ୍‍ ଦୁଇ ପିଲାଙ୍କୁ ବୋର୍ଡିଂ ସ୍କୁଲ୍‍ରେ ଛାଡ଼ିଥିଲେ। ଏହାପରେ ମଧ୍ୟ ଲକ୍ଷ୍ମୀଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହୋଇନଥିଲା। ଲକ୍ଷ୍ମୀ କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରୁଥିବା ହରିଓମ ସନ୍ଦେହ କରିଥିଲେ। ଏ ସମ୍ପର୍କରେ ପଚାରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳସ୍ୱରୂପ ଏହି ଅଘଟଣ ଘଟିଥିଲା।

Leave A Reply