ପ୍ରେମରେ ବିଫଳ ଯୁବକ ଭିଆଇଲା ହତ୍ୟାକାଣ୍ଡ: ମାଆ ମୃତ, ଝିଅ ଗୁରୁତର

ନର୍ଲା: ପ୍ରେମ ନିବେଦନରେ ବିଫଳ ପରେ ଯୁବତୀଙ୍କ ଗଳା କାଟିଲା ଯୁବକ। ଯୁବତୀଙ୍କ ମାଆ ଛଡେଇବାକୁ ଯାଇଥିବାବେଳେ ମାଆକୁ ମଧ୍ୟ ଛୁରୀ ଭୂଷି ହତ୍ୟା କଲା ଅଭିଯୁକ୍ତ। ଗୁରୁତର ଯୁବତୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଅଭାବନୀୟ ଘଟଣା। ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଛୁରୀରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରି ଅଭିଯୁକ୍ତ ଯୁବକକୁ ଅଟକ ରଖି ତଦନ୍ତ କରୁଛି। ଏକ ତରଫା ପ୍ରେମରେ ବିଫଳ ହେବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

Comments are closed.