ତ୍ରିକୋଣୀୟ ପ୍ରେମ, ସାଙ୍ଗ ନେଲା ସାଙ୍ଗର ଜୀବନ

ଟିଟିଲାଗଡ : ତ୍ରିକୋଣୀୟ ପ୍ରେମ। ଏହି ପ୍ରେମ ପାଇଁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ। ସାଙ୍ଗ ନିଖୋଜ ଥିବା ବେଳେ ତାର ସାଙ୍ଗକୁ ଆଉ ପୁଲିସ ଜେରା କରିବା ବେଳେ କିଛି ଜାଣି ନଥିବା କହି ଆସୁଥିଲା। ପୁଲିସ  ଛାଡି ଦେଇଥିଲା ସାଙ୍ଗକୁ। ପ୍ରେମ ପାଇଁ ବନ୍ଧୁତା ତୁଚ୍ଛ ହୋଇଯାଇଥିବା ବେଳେ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ସାଙ୍ଗ। ଅତ୍ୟଧିକ ମଦ ପିଆଇ ଚେତାଶୂନ୍ୟ କରିବା ପରେ ତଣ୍ଟିଚିପି ହତ୍ୟା କରି ପୋତି ଦେଇଥିବା ଭଳି ଅଭାବନୀୟ ଘଟଣା ଘଟିଛି ରାୟାଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ। ଆଉ ଏହି ହତ୍ୟାକାଣ୍ଡରେ ବଲାଙ୍ଗିର ଜିଲା ଟିଟିଲାଗଡ ସହ ସଂପୃକ୍ତି ରହିଛି। ଗିରଫ ତିନି ଅଭିଯୁକ୍ତ ହେଲେ ରୁମାନ ବାଗର୍ତ୍ତି, ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ୍ଟ।
ଘଟଣା କ୍ରମେ ; ଟିଟିଲାଗଡ ଦେବନ୍ଧ ପଡ଼ାର ଉମାକାନ୍ତ କାଣ୍ଡ ଓ ତାଙ୍କ ବନ୍ଧୁ ରୁମାନ ବଗର୍ତ୍ତି ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଉମାକାନ୍ତଙ୍କ ସହ ଏହି ଯୁବତୀଙ୍କ ଘନିଷ୍ଠତା ବଢୁଥିଲା। ଏହାକୁ ହଜମ କରି ପାରି ନଥିଲେ ରୁମାନ। ଶେଷରେ ସାଙ୍ଗର ହତ୍ୟା ଯୋଜନା କରିଥିଲା ସାଙ୍ଗ ରୁମାନ। ଯୋଜନା ଅନୁସାରେ ଗତ ମେ ମାସ ୨ ତାରିଖରେ ରୁମାନ ନିଜ ନାନି ଘରକୁ ରାୟଗଡ଼ା ଆସି ଏକ ଷଡଯନ୍ତ୍ର କରି ଉମାକାନ୍ତଙ୍କୁ ରାୟଗଡ଼ାକୁ ଟିକଟ କରି ଆସିବା ପାଇଁ ୩ ତାରିଖରେ ଫୋନ୍ କରି କହିବାରୁ ଉମାକାନ୍ତ ୪ ତାରିଖ ଦିନ ନିଜ ପରିବାରକୁ କହି ରାୟଗଡ଼ା ଆସିଥିଲା। ଏହା ପୂର୍ବରୁ ରୁମାନ ଚାନ୍ଦିଲି ଗାଁର ନିଜ ବଡ ମା’ର ପୁଅ ପ୍ରଶାନ୍ତ ବଗର୍ତ୍ତି ଓ ଅନ୍ୟ ସାଙ୍ଗ ବିକାଶ ଭଟ୍ଟକୁ ପୂର୍ବ ପ୍ରସ୍ତୁତିକରି ଉମାକାନ୍ତଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ଉମାକାନ୍ତ ରାୟଗଡ଼ା ଆସିବା ପରେ ଭୋଜି କରି ଖାଇବା କହି ୪ଜଣ ମିଶି କଲ୍ୟାଣସିଂହପୁର ବ୍ଲକ କନ୍ଧ କାତିପାଡୁ ପଞ୍ଚାୟତ ଅନ୍ତର୍ଗତ ପଙ୍ଗେଲି ଗାଁ ନିକଟ ଘୋଡା ନାଳର ଚେକଡେମକୁ ଆସିଥିଲେ। ଏଠାରେ ଭୋଜି କରିବା ସହ ମଦ ପିଇଥିଲେ। ନିଶା ହେବା ପରେ ୨ ସାଙ୍ଗ ରୁମାନ ଓ ଉମାକାନ୍ତଙ୍କ ପାଟିତୁଣ୍ଡ ହୋଇଥିଲା। ରୁମାନ ରାଗିଯାଇ ସାଙ୍ଗ ଉମାକାନ୍ତର ବେକ ଚିପି ଦେଇଥିଲେ। ଉମାକାନ୍ତ ଅତ୍ୟଧିକ ମଦ ପିଇ କରିଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ହତ୍ୟା କରିବା ସମୟରେ ରୁମାନଙ୍କ ୨ ସାଙ୍ଗ ସାହାର୍ଯ୍ୟରେ ଚେକଡେମ ନିକଟର ବାଲିପଟାରେ ଗାତଖୋଳି ପୋତିବା ପରେ ମୃତ ଶରୀର ଉପରେ ୨ଟି ବଡ ବଡ ପଥର ଲଦି ଦେଇ ବାଲି ଘୋଡାଇ ଦେଇ ଚାଲିଯାଇଥିଲେ।
୬ ତାରିଖ ଦିନ ରୁମାନ ନଜ ଗାଁକୁ ଫେରି ଆସିଥିଲେ। ଉମାକାନ୍ତର ମୋବାଇଲ୍ ଫୋନ୍ ବନ୍ଦ ଥିବାରୁ ପରିବାର ଲୋକେ ରୁମାନଙ୍କୁ ଯୋଗାଯୋଗ କରି ଉମାକାନ୍ତଙ୍କ ବିଷୟରେ ପଚାରିଥିଲେ ଓ ରୁମାନ ଉମାକାନ୍ତ ବିଷୟରେ କିଛି ଜାଣି ନଥିବା କହିଥିଲେ। ଉମାକାନ୍ତଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ କିଛି ଖବର ନପାଇ ୧୧ ତାରିଖ ଦିନ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ମାମଲା ରୁଜୁ କରିବା ସହ ଉମାକାନ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ରାୟଗଡ଼ା ଜିଲା ଥେରୁବାଲିକୁ ଗତ ୨୮ ତାରିଖ ଦିନ ଏସ୍ଆଇ ସାବିତ୍ରୀ ଖାଖା ଓ ଏଏସ୍ଆଇ ଧର୍ମେନ୍ଦ୍ର ମାଝୀ ଓ ଟିମ୍ ଯାଇ ରୁମାନକୁ ରାୟଗଡ଼ା ଆଣିଥିଲେ। ପୁଲିସ ଟିମ୍ ସହ ଉମାକାନ୍ତଙ୍କ ବାପା ଗୋବର୍ଦ୍ଧନ କାଣ୍ଡ ଓ ତାଙ୍କ ବଡ ପୁଅ ମଧ୍ୟ ପହଞ୍ଚିଥିଲେ। ରାୟଗଡ଼ାରେ ସବିଶେଷ ତଦନ୍ତ କରି ରୁମାନ ତାର ଅନ୍ୟ ୨ ସଂପର୍କୀୟ ଭାଇ ଓ ଅନ୍ୟ ଜଣେ ମିଶି ହତ୍ୟା କରିଥିବା ଓ ଥେରୁବାଲି ଥାନା ପାଇକପଡ଼ାର ଏକ ନାଳରେ ହତ୍ୟା କରି ମାଟିରେ ପୋତି ଦେଇଥିବା ପଚରା ଉଚୁରା ବେଳେ ଜାଣିବାକୁ ପାଇଥିଲେ। ଅଭିଯୁକ୍ତ ରୁମାନ ଓ ଅନ୍ୟ ୨ଜଣଙ୍କୁ ପୁଲିସ ସେହି ସ୍ଥାନକୁ ନେଇ ଉମାକାନ୍ତର ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Comments are closed.