ବାପ-ପୁଅ ଡବଲମର୍ଡର ଘଟଣା ; ଜଙ୍ଗଲରୁ ଅଭିଯୁକ୍ତକୁ ଧରିଲା ପୁଲିସ, ଜଣେ ଅଟକ

ବେଲପଡା : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ଦର୍ଲୀମୁଣ୍ଡା ଗ୍ରାମରେ ଗତ ୧୧ତାରିଖରେ ବାପ ପୁଅ ଡବଲ ମର୍ଡର ଘଟଣାରେ ବେଲପଡା ପୁଲିସ ବାଲ୍ମିକୀ ରାଉତର ପୁଅ ସଂକୀର୍ତନ ରାଉତକୁ ଜଙ୍ଗଲ ମଧ୍ୟରୁ ଧରିବାରେ ସଫଳ ହୋଇଛି। ପୂର୍ବରୁ ୧୨ତାରିଖ ପୁଲିସ ବାଲ୍ମିକୀ ରାଉତର ଭାଇ ବିପିନକୁ ଥାନାକୁ ଆଣି ଅଟକ ରଖିଥିଲା। ମୃତ ମୋତିଲାଲର ପୁଅ କୈଲାସ ବନଛୋରର ଅଭିଯୋଗକୁ ଭିତ୍ତିକରି ଗାଁକୁ ଯାଇ ପାଟଣାଗଡ ଏସଡିପିଓ ସୁରେଶ ନାଏକ, ଆଇଆଇସି ସଚ୍ଚିଦାନନ୍ଦ ବରିହା ଓ ଟିମ ମୁଣ୍ଡା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ବେଲପଡା ପୁଲିସ ଥାନା କେଶ ନଂ ୧୪୯-ଦଫା ୧୪୭, ୪୪୧, ୩୦୨, ୧୪୮, ୧୪୯ରେ ମାମଲା ରୁଜୁ କରିଥିଲା ବେଳେ ବଲାଙ୍ଗିରୁ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରିଥିଲା। ମୋତିଲାଲ ବନଛୋର ଓ ଛନ୍ଦ ମଣିଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ହେପାଜତରେ ବନଛୋର ପରିବାର କୈଳାସ ବନଛୋର(୩ଙ୍କୁ ବୁର୍ଲା ଡାକ୍ତରଖନା ଓ ହେମନ୍ତ ବନଛୋରକୁ ବଲାଙ୍ଗିର ଡାକ୍ତରଖାନରେ ଚିକିତ୍ସା କରାଯାଉଥିଲା ବେଳେ ରାଉତ ପରିବାର ର ବାଲ୍ମୀକି ରାଉତ (୬୦) ପୁଅ ଫକୀର ରାଉତ (୩୫), ମଙ୍ଗଳ ରାଉତ(୩୦) ଓ ପୁତୁରା ଘାସିରାମ ରାଉତ(୨୬) ଗୁରତର ହୋଇ ବଲାଙ୍ଗିର ଡାକ୍ତରଖାନାରେ ଭର୍ତୀ ହୋଇଛନ୍ତି। ଅଭିଯୋଗରେ ବାଲ୍ମିକ ରାଉତ ରସ୍ତ୍ରୀ କଏଁତି ରାଉତ, ଗୌର ରାଉତ, ସଂକୀର୍ତନ୍ୟ ରାଉତ , ସମେତ ବିପିନ ରାଉତ ସମେତ ୮ଜଣ ସଂଘବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ସାମାନ୍ୟ ୧୦ ହଜାର ଟଙ୍କା ପାଇଁ ଏତେ ବଡ ହତ୍ୟାକାଣ୍ଡ ହୋଇଥିଲା ବେଳେ ପୂର୍ବରୁ ୨୦ ବର୍ଷ ପୂର୍ବରୁ ଜମି ବିବାଦକୁ ନେଇ ରାଉତ ଓ ବନଛୋର ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

Comments are closed.