ଝିଅକୁ ଟାଙ୍ଗିଆରେ ହାଣି ବାପାର ଆତ୍ମହତ୍ୟା ଉଦ୍ୟମ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁରେ ଜଣେ ମଦ୍ୟପ ବାପା ଝିଅକୁ ଟାଙ୍ଗିଆରେ ହାଣି ନିଜେ ନିଜର ଗଳା କାଟି ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଗତ ରାତିରେ କାର୍ମୁ ମାଝୀଙ୍କ ପରିବାର ସ୍ତ୍ରୀ କଡ଼ମି ମାଝୀ, ପୁଅ ହେମନ୍ତ ମାଝୀ(୧୬), ଅଶୋକ ମାଝୀ(୧୧) ଝିଅ ସରିତା ମାଝୀ(୧୩) ଶୋଇଥିବା ସମୟରେ ରାତ୍ର ୧ଘଣ୍ଟା ସମୟରେ ମଦ ନିଶାରେ କାର୍ମୁ ଘରକୁ ଫେରିଥିଲା। ସେହି ସମୟରେ ହାତରେ ଧରିଥିବା ଟାଙ୍ଗିଆରେ ନିଜ ଶୋଇଥିବା ଝିଅ ସରିତାକୁ ଛାତିରେ ହାଣିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଯେତେବେଳେ ସରିତାର ରାତ୍ରି ୩ଟାରେ ନିଦ ଭାଙ୍ଗିଲା ଛାତିର ରକ୍ତାକ୍ତ ଦେଖି ଭୟରେ ପରିବାର ଲୋକଙ୍କୁ ଉଠାଇଥିଲା। ପରିବାର ଲୋକେ ଉଠି ମଦ ନିଶାରେ ଅଧ ରାତିରେ ଆସି ହାଣିଥିବା କାର୍ମୁକୁ ଦୋଷ ଦେଇଥିଲେ। ପରେ କର୍ମୁ ନିଜ ଭୁଲ ଜାଣିପାରି ସକାଳ ୫ଟାରେ ନିଜ ଗଳା କାଟିହୋଇ ଯାଇଥିଲା। ଏମାନଙ୍କ ଅବସ୍ଥା ଦେଖି ଗାଁ ଲୋକେ ବେଦାନ୍ତ ମେଡିକାଲକୁ ଆମ୍ବୁଲାନ୍ସ ପାଇଁ ସକାଳେ ଫୋନ କରିଥିଲେ। ଆମ୍ବୁଲାନ୍ସ ମସ୍କାପଦର ଯାଇ ବାପା କାର୍ମୁ ଓ ଝିଅ ସରିତାକୁ ଆଣି ଲାଞ୍ଜିଗଡ଼ ସରକାରୀ ମେଡିକାଲରେ ସକାଳେ ୮ଘଣ୍ଟା ସମୟରେ ଭର୍ତ୍ତି କରିଥିଲେ। ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ସକାଳ ୯ଘଣ୍ଟା ସମୟରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା।

Comments are closed.