ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

0

ସମ୍ବଲପୁର : ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ସାତୁପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡରେ ମୃତକଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ।

Leave A Reply