ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0

ପୁରୀ: ସୋମବାର ଅପରାହ୍ନରେ ଜଣେ ଡାକ୍ତରଙ୍କ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣଙ୍କ ହେଲେ ପୁରୀ ପୂର୍ବତଟ ରେଳବାଇ ଡାକ୍ତରଖାନାର ଡାକ୍ତର ସଞ୍ଜୀବ ସାହୁଙ୍କ ପତ୍ନୀ ସୁଜାତା ସାହୁ ।

ସୂଚନାଯୋଗ୍ୟ, ସୋମବାର ସକାଳେ ସଞ୍ଜୀବ ସାହୁ ପୁଅକୁ ସ୍କୁଲ ଛାଡିବାକୁ ଯାଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସଞ୍ଜୀବ ସାହୁ ଘରକୁ ଫେରିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ପତ୍ନୀ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ପୁଲିସ ଖବର ଦେଇଥିଲେ । ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply