ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ଜଣେ ଗିରଫ

0

ଗଞ୍ଜାମ : ସାମାନ୍ୟ ବଚସାରୁ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏପରି ଘଟଣା ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରାପଲ୍ଲି ଗ୍ରାମରେ ଘଟିଛି। ମୃତ ଯୁବକ ହେଉଛନ୍ତି ସୁକୁରିଆ ନାହକ। ପୁଲିସ ଏହି ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ସୁକୁରିଆଙ୍କ ସହ ଦୁଇ ଜଣ ଅଭିଯୁକ୍ତ ଏକାଠି ବସି ମଦ ପିଉଥିଲେ। ମଦ ପିଇବା ପରେ କୌଣସି କଥାକୁ ନେଇ ସୁକୁରିଆଙ୍କ ସହ ଅନ୍ୟମାନଙ୍କର ବଚସା ହୋଇଥିଲା। ଏଥିରେ ସମସ୍ତେ ଉତକ୍ଷେପିତ ହୋଇ ଉକ୍ତ ଯୁବକଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଶୀଘ୍ର ଧରାପଡିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply