ପୁଅର ଠେଙ୍ଗା ମାଡରେ ବାପା ମୃତ

0

ବରଗଡ : ପୁଅର ଠେଙ୍ଗା ମାଡରେ ବାପାଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ବରଗଡ ଜିଲା ଜଗଦଳପୁର ଥାନା ଅନ୍ତର୍ଗତ ବିଜୋରାଭଟା ଗ୍ରାମରେ ଘଟିଛି। ଅଭିଯୁକ୍ତ ପୁଅ ଦିଲୀପ ଭୋଇକୁ ପୁଲିସ ଅଟକ ରଖିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ କଳହ ହୋଇଥିଲା। ପୁଅ ନିଶାସକ୍ତ ଅବସ୍ଥାରେ ବାପାକୁ ପିଟି ପିଟି ହତ୍ୟା କରିଛି। ଘରୋଇ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।

Leave A Reply