ପୂର୍ବତନ ସମିିତି ସଭ୍ୟଙ୍କୁ ହତ୍ୟା

0

ପିପିଲି / ଜଟଣୀ : ଜଟଣୀ ଥାନା ନାଇଜର ଛକ ନିକଟରେ ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଡ଼େଲାଙ୍ଗ ଥାନା ହରିରାଜପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରବୀନ୍ଦ୍ର କୁମାର ନାୟକ। ରବୀନ୍ଦ୍ରଙ୍କ ଘର ହରିରାଜପୁର ଫାଣ୍ଡି ଅନ୍ତର୍ଗତ ନିମବସନ୍ତ ଗାଁ। ସେ ଜଟଣୀ ବଜାରରେ ରହୁଥିଲେ ଓ ଜଣେ ଏଲଆଇସି ଏଜେଣ୍ଟ ଥିଲେ।
ସୂଚନା ଅନୁଯାୟୀ , ଶନିବାର ରାତିରେ ସେ ଖୋର୍ଦ୍ଧାରୁ ନିଜ ଘରକୁ ଫେରୁଥିଲେ। ସେହି ସମୟରେ ଏକ କାରରେ ଆସିଥିବା ୪ ଜଣ ଦୁର୍ବୃତ୍ତ ଏକ ରଡ଼ରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ଡ଼ାହାଣ ପଟ କାନରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply