ଭିଣୋଇକୁ ପିଟିପିଟି ହତ୍ୟା କଲା ଶଳା

0

କଣ୍ଟାବାଞ୍ଜି : ଭିଣୋଇକୁ ପିଟିପିଟି ଶଳା ହତ୍ୟା କରିଥିବା ଅଭିଯୋଗ ହୋଇଛି। କର୍ଲାବାହାଲି ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ଦିଲୀପ ଛୁରା। ପାରିବାରିକ କଳହକୁ କେନ୍ଦ୍ର କରି ଦିଲୀପଙ୍କୁ ତାଙ୍କ ଶଳା ପିଟିପିଟି ହତ୍ୟା କରିଛି। ଭିଣୋଇକୁ ହତ୍ୟା କରିବା ପରେ ଶଳା ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରିଛି।

ସୂଚନାଯୋଗ୍ୟ ଯେ, ଦିଲୀପ ଚାଉଳଶୁଖା ଗ୍ରାମର ଗୌରୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପିଲା ଅଛନ୍ତି। ଗତ ୨୩ତାରିଖରେ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୌରୀ ତାଙ୍କ ବାପ ଘରକୁ ଏସମ୍ପର୍କରେ ଜଣାଇ ତାଙ୍କୁ ଆସି ନେଇ ଯିବାକୁ କହିଥିଲେ। ସନ୍ଧ୍ୟାରେ ତାଙ୍କର ଦୁଇ ଭାଇ ଆସି ଦିଲୀପଙ୍କୁ ମାଡ ମାରିଥିଲେ। ସେଥିରେ ଦିଲୀପ ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply