ପଥରରେ ଛେଚି ଯୁବକଙ୍କୁ ହତ୍ୟା

0

ଉଦଳା : ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏପରି ଘଟଣା ଶରତ ଥାନା ଅନ୍ତର୍ଗତ ପାତାସାହିରେ ଘଟିଛି। ମୃତ ଯୁବକଙ୍କ ନାମ ଜଗନ୍ନାଥ ଖଣ୍ଡୁଆଳ। ତେବେ ଜମି ବିବାଦରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଯୁବକଙ୍କ ତଣ୍ଟି ଚିପିବା ପରେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ପୁଲିସ ଏହି ମାମଲାରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହାସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Leave A Reply