ଯୁବକଙ୍କୁ ନିର୍ମମ ହତ୍ୟା

0

ଗଞ୍ଜାମ : ଗଞ୍ଜାମ ଜିଲା କୋଦଳା ଥାନା ମଠସରସିଙ୍ଗିରେ ଏକ ଅଭାବନୀୟ ଘଟଣା ଘଟିଛି।  ଗାଁ ଛକରେ ଚା’ପିଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୁତ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ମୃତକ ହେଲେ ରାଜେନ୍ଦ୍ର ପରିଡ଼ା। ରାଜେନ୍ଦ୍ରଙ୍କ ଶରୀରର ୫ଟି ସ୍ଥାନରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଜେ.ଛଚିନା ଗାଁ ଛକରେ ରାଜେନ୍ଦ୍ର ଚା’ ପିଉଥିବା ବେଳେ ୪ଜଣ ଦୁର୍ବୁତ୍ତ ତାଙ୍କୁ ଗୋଡ଼ାଇ ଗୁଳି କରିଥିଲେ। ଏହା ସହିତ ତାଙ୍କୁ ପଥରରେ ଛେଚି ଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ୩ଟି ଗୁଳି ଜବତ କରିଛି।ରାଜେନ୍ଦ୍ର ସୁରଟରେ ଏକ ସୂତାକଳରେ କାମ କରୁଥିଲେ। ୧୫ ଦିନ ତଳେ ସେ ନିଜ ଗାଁକୁ ଆସିଥିଲେ। ତାଙ୍କ ଭାଉଜ ଜଣେ ସରପଞ୍ଚ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି।

Leave A Reply