ଯୁବକଙ୍କ ଗଳାକାଟି ହତ୍ୟା ଘଟଣା : ଉତ୍ତ୍ୟକ୍ତ ଲୋକଙ୍କ ଥାନା ଘେରାଉ

0

ସମ୍ବଲପୁର: ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ମଙ୍ଗଳବାର ଦିନ ଉତ୍ତ୍ୟକ୍ତ ଲୋକମାନେ ଅଇଁଠାପାଲି ଥାନା ଘେରାଉ କରିଛନ୍ତି। କରମଟୁଲୀ ଗ୍ରାମବାସୀମାନେ ଥାନା ଘେରାଉ କରିଥିବା ଜଣା ପଡିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଥାନାରେ ରଖିଛି। ତେବେ ଥାନାରେ ଅଟକ ଥିବା ଅଭିଯୁକ୍ତଙ୍କୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବାକୁ ଜିଦରେ ଅଟଳ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ସମ୍ବଲପୁରର ଅଇଁଠାପାଲୀ ଦୁର୍ଗା ପୂଜା କମିଟିର ଭସାଣୀ ଯାତ୍ରା ଚାଲିଥିବା ବେଳେ ଜଣେ ଯୁବକକୁ ହତ୍ୟା କରାଯାଇଥିଲା। ମୃତ ଯୁବକ ଜଣକ ହେଲେ ଅଇଁଠାପାଲୀର କରମଟୁଲୀର ବିଶାଳ ଖଡିଆ (୨୨)। ଭସାଣୀ ଚାଲିଥିବା ବେଳେ ବୁଢାରଜା ହାଇସ୍କୁଲ ନିକଟ ବୁଢାରଜା ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ଭସାଣୀ ସମୟରେ ପୁଲିସର ଉପସ୍ଥିତିରେ ଏହି ହତ୍ୟାକାଣ୍ଡକୁ ଘଟିଥିବାରୁ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣ ଅଭିଯୁକ୍ତକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।

Leave A Reply