ଗଳାକାଟି ଯୁବକଙ୍କୁ ହତ୍ୟା ଅଭିଯୋଗ

0

ସମ୍ବଲପୁର: ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ସୋମବାର ସନ୍ଧ୍ୟାରେ ସମ୍ବଲପୁରର ଅଇଁଠାପାଲୀ ଦୁର୍ଗା ପୂଜା କମିଟିର ଭସାଣୀ ଯାତ୍ରା ଚାଲିଥିବା ବେଳେ ଜଣେ ଯୁବକକୁ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ଅଇଁଠାପାଲୀର କରମଟୁଲୀର ବିଶାଳ ଖଡିଆ (୨୨)। ଭସାଣୀ ଚାଲିଥିବା ବେଳେ ବୁଢାରଜା ହାଇସ୍କୁଲ ନିକଟ ବୁଢାରଜା ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ଭସାଣୀ ସମୟରେ ପୁଲିସର ଉପସ୍ଥିତିରେ ଏହି ହତ୍ୟାକାଣ୍ଡକୁ ଘଟିଥିବାରୁ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ବିଶାଳ ଏକ ଗ୍ୟାରେଜରେ ମେକାନିକ ରୂପେ କାର୍ଯ୍ୟ କରୁଥିଲେ। ତେବେ ତାଙ୍କର କାହା ସହ ଶତ୍ରୁତା ନ ଥିବା କଥା ବିଶାଳଙ୍କ ବାପା କହିଛନ୍ତି। ପୂର୍ବ ଶତ୍ରୁତାରୁ ବିଶାଳଙ୍କୁ ଏକାଧିକ ବ୍ୟକ୍ତି ମିଶି ହତ୍ୟା କରିଥିବାର ପୁଲିସ ସନ୍ଦେହ କରୁଛି। ତେବେ ବିଶାଳଙ୍କ ଗଳାକାଟି ଦିଆଯାଇଥିବାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭିମସାରରେ ଭର୍ତ୍ତି କରିଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply