ବିବାହ ପାଇଁ ପ୍ରେମିକାର ମା’ଙ୍କୁ ହତ୍ୟା କଲେ ଯୁବକ

0

ବାଲେଶ୍ୱର : ବାଲେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମ ଓ ବିବାହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ ଦୁବେଇରେ କାମ କରୁଥିବା ଅଭିଯୁକ୍ତ ସନିଆ ହୁଇ ଶ୍ୟାମାନନ୍ଦିପୁର ଗାଁରେ ଜଣେ ଝିଅକୁ ଭଲ ପାଉଥିଲା । ବାହାଘର ପାଇଁ ଝିଅଟି କଥା ଦେଇଥିଲା । ମାତ୍ର ବାରମ୍ବାର ଫୋନ ଲଗାଇବା ସର୍ତ୍ତେ ଯୁବତୀଙ୍କ ଫୋନ ନ ଲାଗିବାରୁ ଯୁବକ ଜଣଙ୍କ ପ୍ରେମିକାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ।

ଏହି ହତ୍ୟାକାଣ୍ଡା ଘଟାଇବା ପାଇଁ ଯୁବକ ଜଣଙ୍କ ସୁଦୁର ଦୁବାଇରୁ ଚାକିରି ଛାଡ଼ି ଆସିଥିଲେ । ଅଭିଯୁକ୍ତ ଜଣଙ୍କ ପ୍ରେମିକାର ଘରେ ପହଞ୍ଚି ତାଙ୍କ ପ୍ରେମିକକୁ ପାଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକର ମାଆଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।  ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

Leave A Reply