ମନ୍ଦିରରେ ସେବାୟତଙ୍କୁ ହତ୍ୟା ଅଭିଯୋଗ

0

ଡୱାବାଲି: ହରିୟାଣାର ଡୱାବାଲିରେ ଏକ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜଲି ଘର ଅଞ୍ଚଳରେ ଥିବା ଏକ ହନୁମାନ ମନ୍ଦିରର ଜଣେ ସେବାୟତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ସକାଳେ ସେବାୟତଙ୍କ ମୃତଦେହ ମନ୍ଦିର ପ୍ରାଙ୍ଗଣରେ ପଡିଥିବା ଦେଖି ମନ୍ଦିର ପୂଜାରୀ ପୁଲିସକୁ ସୂଚନା ଦେଇଥିଲେ।  ପୁଲିସ ସୂଚନାଅନୁଯାୟୀ, ଗତ ରାତିରେ କିଛି ଚୋର ମନ୍ଦିରରେ ପଶି ଦାନ ବାକ୍ସଟିକୁ ନେବାକୁ ଉଦ୍ୟମ କରୁଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଶୋଇଥିବା ସେବାୟତ ଅନିଲ କୁମାର (୩୦)ଙ୍କ ନିଦ ଭାଙ୍ଗିଥିଲା। ଚୋର କବଳରୁ ଦାନବାକ୍ସ ଛଡାଇବାକୁ ଉଦ୍ୟମ କଲା ବେଳେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ଦାନ ବାକ୍ସରେ ମାତ୍ର ୩ ହଜାର ଟଙ୍କା ଥିବା ଜଣାପଡିଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାରୀକୁ ଧରିବା ପାଇଁ ଛାନଭିନ୍ ଚଳାଇଛି।

Leave A Reply