ପ୍ରତିଶୋଧରୁ ହତ୍ୟା; ଧରମ ପୁଅ ଗିରଫ

0

ଧାମନଗର: ଧାମନଗର ଥାନା ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମରେ ଜଣେ ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ଓ ତାଙ୍କ ନାବାଳିକା ଝିଅକୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଭଦ୍ରକ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‍ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ବାବୁଆ ଓରଫ ଗୋପିନାଥ ମହାନ୍ତିକୁ ଭୁବନେଶ୍ୱରରୁ ଗିରଫ କରିଛି। ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ନିକଟରେ ସ୍ୱୀକାର କରିବା ସହ ମୃତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରିଥିବା କହିଛି।

ମଙ୍ଗଳବାର ସକାଳେ ୧୬ନମ୍ବର ଜାତୀୟ ରାଜପଥର ବାରିକପୁର ନିକଟସ୍ଥ ଏକ କେନାଲରେ ମୃତ ଅବସ୍ଥାରେ ରବିନ୍ଦ୍ରଙ୍କ ଶବ ପଡିଥିବାର ଦେଖି ସ୍ଥାନୀୟ ଲୋକ ପୁଲିସ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧାମନଗର ଅଣାଯିବା ପରେ ହତ୍ୟାକାଣ୍ଡ ପର୍ଦ୍ଦଫାସ ହୋଇଛି।

Leave A Reply