ନବବିବାହିତାଙ୍କୁ ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

0

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଏକରଡ଼ାବାଡ଼ି ଗ୍ରାମରେ ଏକ ଅଘଟଣ ଘଟିଛି। ନବ ବିବାହିତାଙ୍କୁ ଜଣେ ଯୁବକ ହତ୍ୟା କରିବା ପରେ ନିଜେ ଗଳା କାଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକ ଜଣଙ୍କ ନବ ବିବାହିତାଙ୍କ ପ୍ରେମିକ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ବିବାହର କିଛିଦିନ ପରେ ନବ ବିବାହିତା ବନିତା ପଳେଇ ବାପଘରକୁ ବୁଲି ଆସିଥିଲେ । ଏନ ପାଟନା ଗ୍ରାମର ନିଲୁ ଜେନା ଆଜି ବନିତାଙ୍କ ଘରକୁ ଆସି ତାଙ୍କୁ ଆକ୍ରମଣ କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ବନିତାଙ୍କ ଗଳା କାଟି ହତ୍ୟା କରିଥିଲେ ଓ ପରେ ସେ ନିଜେ ମଧ୍ୟ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା ପରେ ବ୍ରହ୍ମପୁର ମେଡିକାଲକୁ  ସ୍ଥାନାନ୍ତର କରାଯାଇଛି। ଏହି ଘଟଣାର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply