ଡାହାଣୀ ସନ୍ଦେହରେ ଦୁଇଜଣଙ୍କ ମୁଣ୍ଡ କାଟ,୯ଜଣ ଗିରଫ

ଗୁଆହାଟି : ଆସାମର କର୍ବି ଆଙ୍ଗଲଙ୍ଗ ଜିଲାରେ ଡାହାଣୀ ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକେ ସନ୍ଦିଗ୍ଧ ଦୁଇଜଣଙ୍କୁ ମାଡ ମାରିବା ପରେ ସେମାନଙ୍କ ମୁଣ୍ଡ କାଟି ନିଆଁ ଲଗାଇ ଦେଇଥିଲେ। ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଅଧିକାରୀ କହିଛନ୍ତି ଯେ ସନ୍ଦିଗ୍ଧ ଦୁଇଜଣ ଗୁଣିଗାରେଡି କରୁଥିଲେ। ଏହି ଗୁଣି ଗାରେଡି ଯୋଗୁଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା। ଗୁରୁବାର ଡୋକମୋକା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ପୁଲିସ ୯ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ ରୋହିମାପୁର ଗ୍ରାମର ରଶ୍ମୀ ଗୌର ନାମକ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ନାବାଳିକା ଜଣଙ୍କ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ଗୁଣିଗାରେଡିର ଶିକାର ହୋଇଥିବା କହିଥିଲା। ଗୁଣିଗାରେଡି ଯୋଗୁଁ ନାବାଳିକା ଜଣଙ୍କ ଅସୁସ୍ଥ ହୋଇ ପ୍ରାଣ ହରାଇଥିଲା। ଗ୍ରାମବାସୀ ଦୁଇ ଅଭିଯୁକ୍ତ ରମାବତୀ ହଲୁଆ ଓ ବିଜୟ ଗୌରଙ୍କୁ ଠାବ କରିବା ପରେ ସେମାନଙ୍କୁ ମାଡ ମାରିବା ସହିତ ମୁଣ୍ଡ କାଟ୍ କରିଥିଲେ। ପରେ ସେମାନଙ୍କୁ ପୋଡି ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ପାଉଁଶ ଜବତ କରି ତଦନ୍ତ ଚଳାଇଛି।

Comments are closed.