ରେଳବାଇ ଅଧିକାରୀଙ୍କ ପତ୍ନୀ ଓ ପୁଅଙ୍କୁ ହତ୍ୟା

ଲକ୍ଷ୍ନୌ : ସ୍ଥାନୀୟ ଗୌତମପଲ୍ଲୀ ରେଳବାଇ କଲୋନୀରେ ଜଣେ ରେଳବାଇ ଅଧିକାରୀଙ୍କ ପତ୍ନୀ ଓ ପୁଅଙ୍କୁ ନିଜ ଘରେ ଗୁଳି ମାରି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାମ ମାଳିନୀ ବାଜପେୟୀ (୪୯) ଏବଂ ପୁଅ ଶରଦ(୨୨) ବୋଲି ପୁଲିସ କହିଛି। ଶନିବାର ଶୋଇବା ଘ​ରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ରେଳବାଇ ଅଧିକାରୀ ଆର.ଡି ବାଜପେୟୀ ସମ୍ପ୍ରତି ଦିଲ୍ଲୀରେ ନିଯୁକ୍ତ। ବାଜପେୟୀଙ୍କ ଝିଅଙ୍କୁ ଗୁଳି ହୋଇ ନ ଥିଲେ ମଧ୍ୟ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଥିବା ପୁଲିସ କମିସନର ସୁଜିତ ପାଣ୍ଡେ କହିଛନ୍ତି। ପୁଲିସ ଘରୋଇ ସହାୟକଙ୍କୁ ଅଟକ ରଖିଛି। ଘଟଣା ପଛରେ ଲୁଟ୍‌ପାଟ୍‌ର କୌଣସି ଉଦ୍ଦେଶ୍ୟକୁ ପୁଲିସ ଅସ୍ବୀକାର କରିଛି।

Comments are closed.