୨ କିନ୍ନରଙ୍କ ସମତେ ତିନି ଜଣଙ୍କୁ ଗଳା କାଟି ହତ୍ୟା, ୩ ଗିରଫ

ଚେନ୍ନଇ : ତାମିଲନାଡୁର ପଟାୟାମକୋଟାଇରେ ଦୁଇ କିନ୍ନରଙ୍କ ସମତେ ତିନି ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି। ତିନି ଜଣଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଛି।  ମୃତ୍ୟୁବରଣ କରିଥିବା ତିନି ଜଣ ହେଉଛନ୍ତି ଅନୁଷ୍କା (୩୫), ଭବାନୀ (୩୪ ) ଏବଂ ମୁରୁଗାନ୍ (୩୮)। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

Comments are closed.