ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କଲା ସ୍ବାମୀ

ବାଲେଶ୍ବର : ବାଲେଶ୍ବର ଜିଲା କମର୍ଦ୍ଦା ଅଞ୍ଚଳରେ ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ୍ୟୁ ହୋଇଯାଇଛି। ଗୁରୁବାର ବିଳମ୍ବିତରେ ସ୍ତ୍ରୀକୁ ଘର ବାହାରେ ଗୋଡାଇ ଗୋଡାଇ ସ୍ବାମୀ ହତ୍ୟା କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଅଭିଯୁକ୍ତ ସ୍ବାମୀକୁ କମର୍ଦ୍ଦା ପୁଲିସ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଘର ପଶ୍ଚିମବଙ୍ଗ ରାମନଗରରେ ବୋଲି ଜଣାପଡିଛି। ସେ କମର୍ଦ୍ଦାରେ ଘର ଭଡା ନେଇ ରହୁଥିଲା।