ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲକ୍ଷ୍ମୀନଗର ପଡାରେ ଜଣେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ତେବେ ଶିଶୁକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି। ଶିଶୁ ଜଣକ ଶୁକ୍ରବାର ଦିନ ନିଖୋଜ ହେବା ପରେ ଥାନାରେ ଏତଲା ଦିଆଯାଇଥିଲା। ତେବେ ଶିଶୁର ମୃତଦେହ ରାତିରେ ମିଳିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

 

Comments are closed.